ଧରା ପଡ଼ିଲା ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାରୀ

ପୁରୀ : ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଥିବାବେଳେ ପୁଲିସ ମୁଖ୍ୟ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ବ୍ୟତୀତ ହତ୍ୟାକାଣ୍ଡ କରିଥିବା ଓ ସହଯୋଗ କରିଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନେ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବୁ ମହାପାତ୍ର ।
କୃଷ୍ଣଚନ୍ଦ୍ର ପ୍ରତିହାରୀ ଏକ ସାଇଟରେ ଥିବାବେଳେ ତାଙ୍କୁ ଏମାନେ ଅତର୍କିତ ଆକ୍ରମଣ କରିଥିଲେ । ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ ହୋଇଥିଲା ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି । ୬ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ରିମାଣ୍ଡରେ ମଧ୍ୟ ଅଣାଯିବ । କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ସେମାନେ ହତ୍ୟା କରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା ।
ସୂଚନା ଅନୁସାରେ ପୁରୀ ବାରବାଟୀ ନିକଟରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ଗୁଳି ମାରିଥିଲେ । ଗୁଳିପରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥଲେ ।
ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସିଥିଲେ । କୌଣସି ଏକ ଜାଗା ଡିଲ ବାବଦରେ ଆଲୋଚନା ହୋଇଥିଲା । ଏହପରେ କୌଣସି କାରଣବଶତଃ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ । ୨ରାଉଣ୍ଡ ଗୁଳି ଜିରୋ ରେଞ୍ଜରୁ ଫୁଟିଥିବା ସୂଚନା ମିଳିଥିଲା । ଗୋଟିଏ ଗୁଳି ମୁଣ୍ଡର ପଛପଟେ ପଶି ଆଗପଟେ ବାହାରି ଯାଇଛି । ଆଉ ଗୋଟିଏ ଗୁଳି ପିଞ୍ଜରାରେ ମାଡ ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।
Powered by Froala Editor