ଏଠାରେ ରଙ୍ଗ ବଦଳରେ ହୁଏ ଚପଲ ମାଡ
ମଥୁରା ନିକଟବର୍ତ୍ତୀ ଏକ ଗାଁ ବଛଗାଓଁରେ ଅଦ୍ଭୁତ ପରମ୍ପରାକୁ ନେଇ ହୋଲି ପାଳନ କରାଯାଏ । ଏଠାରେ ରଙ୍ଗ ବଦଳରେ ଚପଲ ମାଡ ହୁଏ । ସକାଳ ପ୍ରାୟ ୧୧ଟା ବେଳକୁ ଗ୍ରାମବାସୀମାନେ ପରସ୍ପରକୁ ଅବିରର ଟିକା ଲଗାଇବା ପରେ ବୟସ୍କମାନଙ୍କୁ ପ୍ରଣାମ କରି ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି ।
ଏହାପରେ ନିଜର ସମବୟସ୍କ ତଥା ସାନମାନଙ୍କ ସହ ଚପଲମାର୍ ହୋଲି ଆରମ୍ଭ ହୁଏ । କିମ୍ବଦନ୍ତୀ ଅନୁସାରେ, ହୋଲିରେ କାଳେ ବଡଭାଈ ବଳରାମ ସ୍ନେହରେ କୃଷ୍ଣଙ୍କୁ ନିଜ ଚପଲରେ ପିଟି ଦେଇଥିଲେ । ସେହି ପରମ୍ପରାକୁ ବଜାୟ ରଖି ବ୍ରଜଭୂମିର ଏହି ଗ୍ରାମରେ ଚପଲମାର ହୋଲି ପ୍ରଚଳିତ । ଗ୍ରାମରେ କୌଣସି ଲୋକ ଏହି ଦିନ ଚପଲ ମାଡ ଖାଇଲେ ରାଗନ୍ତି ନାହିଁ ।
Powered by Froala Editor