ନିଆଁ ଲାଗି ଦୁଇ ମୃତ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନା ଶିଖରପାଇ ଗାଁରେ ନିଆଁ ଲାଗି ଗତକାଲି ଗୁରୁତର ହୋଇଥିବା ଗୋଟିଏ ପରିବାରର ୫ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଦୟାନିଧି ବେହେରା ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବେହେରା । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଉଭୟଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ପୋଡ଼ି ଗୁରୁତର ହୋଇଥିବା ଦୟାନିଧିଙ୍କ ୨ ପୁଅ ଓ ଜଣେ ବୋହୂଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁର ଦୟାନିଧି ବେହେରାଙ୍କର ବେକେରୀ ଫ୍ୟାକ୍ଟ୍ରି ରହିଛି। ତାଙ୍କର ଦୁଇ ପୁଅ ବେକେରୀ ଫେକ୍ଟ୍ରିକୁ ଯାଇଥିବା ବେଳେ ଘରେ ଦୟାନିଧି, ତାଙ୍କ ପତ୍ନୀ, ବଡ଼ପୁଅ ଓ ବୋହୂ ଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଘର ଭିତରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ସାହି ପଡ଼ିଶା କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଘର ଭିତରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ।
Powered by Froala Editor