କଲରାପତରିଆ ସହ ଲଢ଼ି ଭାଉଜକୁ ବଞ୍ଚାଇଲା ଦିଅର

କଲରାପତରିଆ ବାଘ ମୁହଁରୁ ଭାଉଜକୁ ରକ୍ଷା କରିଛି ଦିଅର । ମଙ୍ଗଳବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ବିଶୋଇ ଥାନା ଖଡମବେଡ଼ା ପଞ୍ଚାୟତ ତାରଣା ଗ୍ରାମର ମାଇନ ହାଁସଦା ଏକ କଲରାପତରିଆ ବାଘ ହାବୁଡ଼ରେ ପଡିଯାଇଥିଲେ । ବାଘଟି ଭାଉଜଙ୍କୁ ଆକ୍ରମଣ କରୁଥବା ଦେଖି ଦିଅର ଦଶରଥ ହାଁସଦା ଘରୁ ବାହାରକୁ ଆସିଯାଇଥିଲେ । ବାଘ ସହ ଲଢେ଼ଇ କରି ଭାଉଜଙ୍କୁ ରକ୍ଷା କରିଥିଲେ । ଭାଉଜକୁ ରକ୍ଷା କରିବାକୁ ଚେଷ୍ଟା କରି ସେ ମଧ୍ୟ ଗୁରୁତର ହୋଇଥିଲେ । ଏହାପରେ ଗ୍ରାମବାସୀମାନେ ଉଦ୍ୟମ କରି ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ରାଇରଙ୍ଗପୁର ବିଭିନ୍ନ ଅଞ୍ଚଳରେ ବାଘ ବାହାରୁଥିବା ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଖବରପାଇ ବିଶୋଇ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Powered by Froala Editor