ପିମ୍ପୁଡି ଚିହ୍ନିଲା କର୍କଟ ରୋଗ
ଭୁବନେଶ୍ୱର: ଆମେ ଜାଣୁ ଯେ, ପିମ୍ପୁଡିର ଘ୍ରାଣ ଶକ୍ତି ଅତ୍ୟନ୍ତ ପ୍ରଖର । ଏହି ଶକ୍ତି ବଳରେ ନିଜର ଖାଦ୍ୟକୁ ଠିକ୍ ସମୟରେ ଯଥାସ୍ଥାନରେ ପହଞ୍ଚାଇବାରେ ସେ ନିପୁଣ । ତେବେ ଫ୍ରାନ୍ସର ଗବେଷକମାନେ ପିମ୍ପୁଡି ଦ୍ୱାରା ସହଜରେ କର୍କଟ କୋଷ ଚିହ୍ନଟ ହୋଇପାରୁଥିବା ଦାବି କରିଛନ୍ତି । ପ୍ୟାରିସର୍ ସର୍ବୋନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ପରୀକ୍ଷଣରେ ଭିନ୍ନ ପ୍ରଜାତିର ୩୬ଟି ପିମ୍ପୁଡିକୁ ନିୟୋଜିତ କରାଯାଇଥିଲା । ଚିନିର ଲୋଭ ଦେଖାଇ ସର୍ବପ୍ରଥମେ ସେମାନଙ୍କୁ କର୍କଟ ରୋଗ ଥିବା କୋଷର ଗନ୍ଧ ସହିତ ପରିଚିତ କରାଯାିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହି ପିମ୍ପୁଡିମାନଙ୍କୁ ଦୁଇଟି ଗନ୍ଧ ବାରିବାକୁ ଦିଆଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଥିଲା ଏକ ନୂତନ ବସ୍ତୁର ଏବଂ ଦ୍ୱିତୀୟଟି ଥିଲା କର୍କଟ ଆକ୍ରାନ୍ତ କୋଷର । ପିମ୍ପୁଡିମାନେ ତୁରନ୍ତ ବାସ୍ନାର ପ୍ରଭେଦକୁ ବାରି କର୍କଟ ଆକ୍ରାନ୍ତ କୋଷରୁ ଚିହ୍ନଟ କରିଥିଲେ । ଏହି ପରୀକ୍ଷଣକୁ କିପରି ମାନବ ସମାଜର ହିତ ପାଇଁ ପ୍ରୟୋଗ କରିହେବ ସେ ନେଇ ଅଧିକ ଗବେଷଣା ଜାରି ରହିଛି । ପୂର୍ବରୁ କୁକୁରମାନଙ୍କ ଘ୍ରାଣଶକ୍ତି ଦ୍ୱାରା କର୍କଟ କୋଷଗୁଡିକ ଚିହ୍ନଟ କରାଯାଇଥିଲେ ମଧ୍ୟ କୌଣସି କୀଟକୁ ନେଇ ଏଭଳି ପରୀକ୍ଷଣ ବିଶ୍ୱରେ ପ୍ରଥମ ।
Powered by Froala Editor