ମାର୍ଚ୍ଚ ୧୬ରୁ ପିଲାମାନଙ୍କୁ କରୋନା ଟିକା
ଭୁବନେଶ୍ୱର : କରୋନା ଟିକା ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବ । ସେମାନଙ୍କୁ କାର୍ବେଭାକ୍ସ ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୧୪ ବର୍ଷରୁ ଉଦ୍ଧ୍ୱର୍ଙ୍କୁ କରୋନା ଟିକା ଦିଆଯାଇଥିଲା ।
ସେହିପରି ମାର୍ଚ୍ଚ ୧୬ରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ମଧ୍ୟ ପ୍ରତିଷେଧମୂଳକ କରୋନା ଡୋଜ ଦିଆଯିବ । ସୂଚନାଯୋଗ୍ୟଯେ, ଗତବର୍ଷ ଜାନୁଆରୀ ୧୬ରେ କରୋନା ଟିକା ପ୍ରଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଥିଲା । ପରେ ସମ୍ମୁଖ ଯୋଦ୍ଧାମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଥିଲା । ସେହିପରି ୨୦୨୧ ଅପ୍ରେଲ ପହିଲାରୁ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକା ପ୍ରଦାନ ନେଇ ଘୋଷଣା କରାଯାଇଥିଲା ।
ଏହାପରେ ଭାରତ ସରକାର ୧୮ରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକା ଦେବାନେଇ ଘୋଷଣା କରିଥିଲେ । ଗତବର୍ଷ ମେ’ ପହିଲାରୁ ଏହି ଟିକାକରଣ ଆରମ୍ଭ ହୋଇଥିଲା । ସେହିପରି ଜାନୁଆରୀ ୩ରୁ ୧୫ରୁ ୧୮ ବୟସର କିଶୋରମାନଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ଏହାଛଡ଼ା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ, ୬୦ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ବା ପ୍ରତିଷେଧମୂଳକ ଡୋଜ ପ୍ରଦାନ କରାଯାଇଥିଲା ।
Powered by Froala Editor