ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ର କେଉଁ ବ୍ଲକରେ କିଏ ଅଧ୍ୟକ୍ଷ
ଭୁବନେଶ୍ୱର : ରାଜ୍ୟର ୯୦% ବ୍ଲକକୁ ଦଖଲ କରିନେଇଛି ବିଜୁ ଜନତା ଦଳ । ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ବିଜେଡ଼ି ଦବଦବା ଜାହିର କରିଛି । ପୁରୀ ଜିଲ୍ଲାର କଣାସ, ନୟାଗଡ଼ର ରଣପୁର ଓ ଖୋର୍ଦ୍ଧାର ଚିଲିକା ଏବଂ ବାଣପୁରରେ ବିଜେପି ବ୍ଲକ ଅଧ୍ୟକ୍ଷ ଅକ୍ତିଆର କରିଥିବାବେଳେ ଆଉ ସବୁ ସ୍ଥାନରେ ବିଜେଡ଼ି ଦଖଲକୁ ଆସିଛି ବ୍ଲକ ।
ପୁରୀର ଅସ୍ତରଙ୍ଗରେ ଆରତୀ ନାୟକ, କଣାସରେ ପ୍ରଭାତୀ ରାଉତ, କାକଟପୁରରେ ଶ୍ରୀଧର ନାୟକ, ସତ୍ୟବାଦୀରେ ସୁନୀଲ କୁମାର ପଣ୍ଡା, ଡେଲାଙ୍ଗରେ ବାସନ୍ତୀ ସାହୁ, ପିପିଲିରେ ଦେବସ୍ୱିନୀ ନନ୍ଦ, ଗୋପରେ ଝୁନୁ ମଲ୍ଲିକ, ନିମାପଡ଼ାରେ ଶଙ୍କର ଭୋଇ, ବ୍ରହ୍ମଗିରିରେ ରତ୍ନମାଳା ବେହେରା, କୃଷ୍ଣପ୍ରସାଦରେ ସରୋଜିନୀ ତରାଇ, ପୁରୀ ସଦରରେ ଦିବାକର ପାତ୍ର ବାଜିମାତ କରିଛନ୍ତି ।
ସେହିପରି ନୟାଗଡ଼ର ଓଡ଼ଗାଁରେ ଲୋକନାଥ ସାହୁ, ନୟାଗଡ଼ରେ କିଶୋର ଚନ୍ଦ୍ର ସାହୁ, ରଣପୁରରେ ନିର୍ମଳା ବେହେରା, ଭାପୁରରେ ସାବିତ୍ରୀ ପ୍ରଧାନ, ଖଣ୍ଡପଡ଼ାରେ ଉପମା ବେହେରା, ଦଶପଲ୍ଲାରେ ସୁନନ୍ଦା ସାହୁ, ଗଣିଆରେ ଝୁନା ଜେନା, ନୂଆଗାଁରେ ଲକ୍ଷ୍ମୀପ୍ରିୟା ବେହେରା ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।
ଅପରପକ୍ଷରେ ଖୋର୍ଦ୍ଧାରେ ଶ୍ରୀମୟୀ ପ୍ରିୟଦର୍ଶିନୀ, ବେଗୁନିଆରେ ଲକ୍ଷ୍ମୀଧର ସୁବୁଦ୍ଧି, ଚିଲିକାରେ ଜ୍ୟୋସ୍ନାରାଣୀ ବେହେରା, ଟାଙ୍ଗୀରେ ରିସ୍ନା ମାନ୍ଧତା, ବୋଲଗଡ଼ରେ ହୁଲ୍ଲାସ ପ୍ରଧାନ, ଜଟଣୀରେ ଜୟନ୍ତୀ ଛୋଟରାୟ, ବାଣପୁରରେ ଅମରେନ୍ଦ୍ର ରଣସିଂହ, ଭୁବନେଶ୍ୱରରେ ନିରୁପମା ସାହୁ, ବାଲିପାଟଣାରେ ହରପ୍ରିୟା ଦାଶ ଓ ବାଲିଅନ୍ତାରେ ବାସନ୍ତୀ ଖଟୁଆ ବିଜୟୀ ହୋଇଛନ୍ତି ।
Powered by Froala Editor