ଯନ୍ତ୍ରୀଙ୍କ ଅମାପ ସଂପତ୍ତି ଠାବ
ଭୁବନେଶ୍ୱର: ଅକ୍ସନ ମୋଡରେ ଭିଜିଲାନ୍ସ । ଗତ କିଛି ଦିନ ହେବ ଅନେକ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ତେବେ ଆଜି ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି ଡିଭିଜନ ଫୋର୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ଭିଜିଲାନ୍ସ ରେଡ୍ କରୁଛି ।
ଅଜୟଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟ୍, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅଫିସ, ଅନୁଗୋଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚାଉ କରାଯାଇଛି ।
୫ଜଣ ଡିଏସ୍ପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚାଉରେ ସାମିଲ ହୋଇଛନ୍ତି । ଚଢାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ୮୪ହଜାର ଟଙ୍କା ସହ ତିନୋଟି ଦାମୀ ବାଇକ୍ ମଧ୍ୟ ଜବତ କରାଯାଇଛି । ଜବତ ହାର୍ଲୋ ବାଇକର ଦାମ ୭ ଲକ୍ଷରୁ ଅଧିକ ହୋଇଥିବା ବେଳେ ଅନ୍ୟ ହାର୍ଲୋ ବାଇକର ଦାମ୍ ୫ ଲକ୍ଷରୁ ଅଧିକ ହେବ । ସେହିପରି ଡୁକାଟି ବାଇକର ଦାମ୍ ୮ ଲକ୍ଷ ବୋଲି ଜଣାପଡ଼ିଛି । ଭିଜିଲାନ୍ସ ୧୦ଟି ପ୍ଲଟ୍ ୩ଟି ଘରର କାଗଜପତ୍ର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି ।
କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, ମୋ ଘର କାମ ପାଇଁ ଏତେ ଟଙ୍କା ଘରେ ରଖିଥିଲି । ମୁଁ ଢେଙ୍କାନାଳ ଚାକିରି କରୁଥିବା ସମୟରେ ନିର୍ବାଚନ ପାଇଁ ଆରଟିଆଇ ପ୍ରେମ ସୁନ୍ଦର ଗଡନାୟକ ମୋତେ ଚାନ୍ଦା ମାଗିଥିଲେ । ମୁଁ ଚାନ୍ଦା ଦେଇନଥିଲି । ମୁଁ ଚାନ୍ଦା ନ ଦେବାରୁ ସେ ମୋତେ ଧମକ ଦେଇଥିଲେ । ସେ ମୋ ନାଁରେ ମଧ୍ୟ ପୁଲିସ କେସ୍ କରିଥିଲେ । ସେ ଭିଜିଲାନ୍ସ ପାଖରେ ମୋ ନାଁରେ ଅଭିଯୋଗ କରିଛନ୍ତି ବୋଲି ଅଜୟ ମିଶ୍ର କହିଛନ୍ତି ।
Powered by Froala Editor