ରୋଗୀଙ୍କୁ ଗୋଡାଇ ଗୋଡାଇ ମାରିଲେ ଡାକ୍ତର
କଳାହାଣ୍ଡି: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗୀ ଡାକ୍ତରଙ୍କ ସଂପର୍କ ଗୋଟିଏ ପବିତ୍ର ସଂପର୍କ । କିନ୍ତୁ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କଳାହାଣ୍ଡି ଧର୍ମଗଡ଼ ଡାକ୍ତର ଖାନାରେ ରୋଗୀଙ୍କୁ ମାଡ଼ ମାରିଲେ ଡାକ୍ତର । ଡାକ୍ତର ଶୈଳେଶ ଦୋରା ଧର୍ମଗଡ ମୁଖ୍ୟ ଡାକ୍ତରଖାନା ରେ କାର୍ଯ୍ୟରତ ଅଛନ୍ତି । ରାତ୍ରିରେ ସେ ଜଣେ ଚିକିସôାଧିନ ରୋଗୀଙ୍କୁ ଗୋଡାଇ ଗୋଡାଇ ମାରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ଚିକିସôାଳୟକୁ ଆସିଥିଲେ । ହେଲେ ଡାକ୍ତର ଡିୟୁଟିରେ ନଥିବା ଯୋଗୁଁ ସେ ଡାକ୍ତର କୁଆଡେ ଗଲେ ବୋଲି ପଚରା ଉଚୁରା କରିଥିଲେ । ପରେ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ । ଅସହ୍ୟ ଯନ୍ତ୍ରଣା ହେଉଥିବାରୁ ଗୋଗୀ ଚିକôାର କରୁଥିଲେ । ଏତିକି ବେଳେ ଡାକ୍ତର ତାଙ୍କ ପାଖକୁ ମାଡି ଆସିଥିଲେ । କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ବଢିଯାଇ ହାତାହାତି ଯାଏଁ କଥା ଯାଇଥିଲା । ଭାଇରାଲ ଭିଡିଓରେ ଡାକ୍ତର ଜଣଙ୍କ ରୋଗୀକୁ ଠୋଙ୍ଗା, ବାଡିରେ ମାରିବା ସହ ବିଧା, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହାର ପ୍ରତିବାଦରେ ରୋଗୀ ମଧ୍ୟ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିଲା ।
ଏହାପରେ ଉଭୟ ଡାକ୍ତର ଓ ରୋଗୀ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରୋଗୀଙ୍କ ସଂପର୍କୀୟମାନେ ରାସ୍ତାରୋକ କରିଥିବା ସୂଚନା ମିଳିଛି ।
Powered by Froala Editor