ଖିରି ଖାଇ ୧୬ ଛାତ୍ରୀ ଅସୁସ୍ଥ : ଖିର ବଦଳରେ ଫିନାଇଲ ମିଶାଇଦେଲେ ରୋଷେୟା
ବାଲେଶ୍ବର ଜିଲ୍ଲା ରୂପ୍ସାରେ ଫିନାଇଲ୍ ମିଶା ଖିରି ଖାଇ ୧୬ ଜଣ ଛାତ୍ରୀ ଗୁରୁତର ହୋଇ ପଡ଼ିଛନ୍ତି । ରୂପ୍ସା ଯୋଗେନ୍ଦ୍ର ରିଜିଓନାଲ୍ ହଷ୍ଟେଲରେ ଘଟିଛି ଏଭଳି ଅଘଟଣ । ଅସୁସ୍ଥ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରୂପ୍ସା ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
ରୂପ୍ସାରେ ଏକ ଘରୋଇ ମହାବିଦ୍ୟାଳୟର ମେସ୍ର ମୁଖ୍ୟ ରୋଷେୟା ନଥିଲେ। ତାଙ୍କ ଅନୁପସ୍ଥିତି ମେସ୍ରେ କାମ କରୁଥିବା ଜଣେ ବୃଦ୍ଧ ମହିଳା ରୋଷେଇ କରିଥିଲେ। ମହିଳା ଜଣକ ଖିରି ପ୍ରସ୍ତୁତି ବେଳେ କ୍ଷୀର ବଦଳରେ ପାଖରେ ଥିବା ଫିନାଇଲ୍ ମିଶାଇ ଦେଇଥିଲେ। ସେହି ଖିରିକୁ ମେସ୍ରେ ରହୁଥିବା ଛାତ୍ରଙ୍କୁ ଖାଇବାକୁ ଦେଇଥିଲେ।
ପିଲାମାନେ ଖିରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। କାହାର ପେଟ କାମୁଡିଥିଲା ତ କାହାକୁ ବାନ୍ତି ହୋଇଥିଲା। ଆଉ କାହାର ମୁଣ୍ଡ ବିନ୍ଧି ଥିଲା। ଏ ସମ୍ପର୍କରେ ଜାଣିବା ପରେ ମେସ୍ କର୍ତ୍ତୃପକ୍ଷ ଛାତ୍ରଙ୍କୁ ରୂପ୍ସା ମେଡିକାଲ୍ରେ ଭର୍ତ୍ତି କରିଥିଲେ।
Powered by Froala Editor