ଲେଖିକା ସୁନୀତି ମୁଣ୍ଡ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ

ପୌର ଓ ମହନଗର ନିଗମ ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ମେୟର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡି ଓ କଂଗ୍ରେସ ଭୁବନେଶ୍ୱର ମେୟର ପାର୍ଥୀ ଘୋଷଣା କରିବା ପରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଡ. ସୁନୀତି ମୁଣ୍ଡଙ୍କୁ ଦଳର ଭୁବନେଶ୍ୱର ମେୟର ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହେବା ପାଇଁ ପ୍ରାୟ ୨୫ ଜଣ ଦରଖାସ୍ତ ଦେଇଥିଲେ। ସେମାନଙ୍କ ମଧ୍ୟରେ କିଛି ଦଳ ବାହାରର ମହିଳା ମଧ୍ୟ ଥିଲେ। ସମସ୍ତଙ୍କ ବିଷୟରେ ଆଲୋଚନା କରାଯିବା ପରେ ଦଳ ଡ. ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା। ବିଜେପିର ମେୟର ପ୍ରାର୍ଥୀ ହେବା ପରେ ଡ. ସୁନୀତି ମୁଣ୍ଡ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସଫଳ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସୁଲୋଚନା ଦାସଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଭୁବନେଶ୍ୱର ପାଇଁ ବିଜେପି ଓ ବିଜେଡି ଉଭୟେ ଜଣେ ସାମ୍ବାଦିକଙ୍କୁ ପ୍ରାର୍ଥୀ କରିଛନ୍ତି । ପୂର୍ବରୁ ପ୍ରତ୍ୟକ୍ଷ ସାମ୍ବାଦିକତା କରୁଥିବା ସୁଲୋଚନା ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଡକ୍ତର ସୁନୀତି ମୁଣ୍ଡ୍ ମଧ୍ୟ ସାମ୍ବାଦିକ ଏବଂ ଲେଖକ ।
Powered by Froala Editor