ବ୍ରାହ୍ମଣୀରେ ଭାସି ଯାଉଥିବାବେଳେ ୩ ଉଦ୍ଧାର, ଜଣଙ୍କ ପତ୍ତା ମିଳୁନି

ରାଉରକେଲାସ୍ଥିତ ପାନପୋଷ ବ୍ରାହ୍ମଣୀ ଘାଟିରେ ଗାଧୋଇବାକୁ ଯାଇ ୪ ନାବାଳକ, ନାବାଳିକା ବୁଡ଼ି ଯାଇଛନ୍ତି। ସ୍ଥାନୀୟ ବସ୍ତି ଲୋକ ତିନି ନାବାଳକଙ୍କୁ ଉଦ୍ଧାର କରିଥିବାରୁ ସେମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସମସ୍ତଙ୍କ ଘର ବାସନ୍ତୀ କଲୋନି ମାଲଗୋଦାମ ଅଞ୍ଚଳର। ସେମାନେ ହେଲେ ସାରୁଖ ଖାନ (୧୭), ନାସିର ଖାନ (୧୨), ରାହୁଲ ସିଂ (୧୪) ଓ ପୂଜା ସିଂ (୧୩)।
ସୂଚନା ମୁତାବକ, ୪ ଜଣ ସାଙ୍ଗ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ ଆସିଥିଲେ। ଗାଧୋଇବା ସମୟରେ ଭିତରକୁ ପଶିଯିବାରୁ ଭାସି ଯାଇଥିଲେ। ସେମାନେ ଭାସି ଯାଉଥିବା ଦେଖି ସ୍ଥାନୀୟ ବସ୍ତିର ଲୋକ ନଦୀରୁ ତିନି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କିନ୍ତୁ ପୂଜା ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଛି। କିନ୍ତୁ ପୂଜାଙ୍କ ପତ୍ତା ମିଳୁନଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Powered by Froala Editor