ଭୁବନେଶ୍ୱରରେ ଆଉ ଜଣେ ଭଣ୍ଡ ସାରଥୀ!

ଭୁବନେଶ୍ୱର: ଭଣ୍ଡ ସାରଥୀ ପରି ଭୁବନେଶ୍ୱରରେ ଜଣେ ଭଣ୍ଡ ବାବା ଥିବାର ଓଡିଶା ନ୍ୟାୟ ମଂଚ ଅଭିଯୋଗ ଆଣିଛି । ଖଣ୍ଡଗିରି ଡୁମୁଡୁମାର ରଘୁନାଥନଗରରେ ଏକ ମଠ ଚଳାଇବା ନାଁ’ରେ ସରକାରୀ ଜମି ମାଡି ବସିଛନ୍ତି । ନିଜ ଅପରାଧର ସାମ୍ରାଜ୍ୟ ଗଢୁଛନ୍ତି । ଏମିତିକି ତାଙ୍କ ନାଁ’ରେ ମହିଳା ଓ ଶିଶୁ ଯୌନ ନିର୍ଯାତନା ନେଇ ବିଭିନ୍ନ ଥାନାରେ ମାମଲା ରହିଛି ।
ମଂଚର ସଭାପତି ସୁକାନ୍ତ ଭୋଇ କହିଛନ୍ତି, ଏହି ଭଣ୍ଡ ବାବା ଜଣକ ‘ରାଧାପୂଜା’ ନାଁ’ରେ ମହିଳା ଓ ନାବାଳିକାମାନଙ୍କୁ ଅସଦାଚରଣ କରୁଛନ୍ତି । ଡୁମୁଡୁମା ବାଦ୍ ଗଞ୍ଜାମ, ଅନୁଗୁଳ, ସୁନ୍ଦରଗଡ ଭଳି ଜିଲ୍ଲାରେ ମଧ୍ୟ ମଠର ଶଖା ଖୋଲାଯାଇଛି । ସେଠି ବି ଧଳାଜହର, ଗଞ୍ଜେଇ କାରବାର ହେଉଛି । ଖଣ୍ଡଗିରି, ଜଟଣୀ, ବାଲିଅନ୍ତା, ମହିଳା ଥାନାରେ ଅଭିଯୋଗ ରହିଛି । ଘଟଣାଟି ଜାତୀୟ ମାନବ ଅଧିକାର କମଶନଙ୍କ ନିକଟକୁ ଯାଇଛି । କମିଶନଙ୍କ ନିଦେ୍ର୍ଧଶ ସତ୍ତ୍ୱେ ପୁଲିସ୍ କିଛି କାର୍ଯ୍ୟାନୁଷ୍ଠାନ ନେଉନି । ଏନେଇ ଗୃହ ସଚିବ, ପୁଲିସ୍ ମହାନିଦେ୍ର୍ଧଶକ, ପୁଲିସ୍ କମିଶନରଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି । ଆଗକୁ ଆନେ୍ଦାଳନ କରାଯିବ ବୋଲି ମଂଚର ପ୍ରଦୀପ୍ତ ନାୟକ ଓ ବିରେନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି ।
Powered by Froala Editor