ସୁଲୋଚନା ଦାସ ଭୁବନେଶ୍ୱର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ତିନି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବିଶିଷ୍ଟ ସାମ୍ବାଦିକା ତଥା ରାଜନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରାଯାଇଛି । ଅପରପକ୍ଷରେ କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଶ୍ରମିକ ନେତା ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରାଯାଇଛି । ଅପରପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି । ଏନେଇ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ସୁଲୋଚନା ଦାସ ଜଣେ ଦକ୍ଷ ସାମ୍ବାଦିକା ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ପରବର୍ତୀ ସମୟରେ ସେ କଂଗ୍ରେସରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କଂଗ୍ରେସର ବହୁ ଉଚ୍ଚ ପଦବୀରେ ସେ ରହିବା ସହ ମୁଖପାତ୍ର ରହିଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସୁଲୋଚନା ଦାସ ବିଜେଡ଼ିରେ ଯୋଗ ଦେଇଥିଲେ । ଏବେ ସେ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ ଅଛନ୍ତି । ଦଳର ମୁଖପାତ୍ର ଭାବେ ମଧ୍ୟ ସେ ବେଶ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
ଅପରପକ୍ଷରେ ରାଜ୍ୟସଭା ସାଂସଦ ଥିବା ସୁବାସ ସିଂ କଟକରେ ବେଶ ପରିଚିତ । ଜଣେ ଶ୍ରମିକ ନେତା ଭାବେ ତାଙ୍କର ସୁଖ୍ୟାତି ରହିଛି । ରାଜ୍ୟସଭା ସାଂସଦ ଭାବେ ଏବେ ସେ କାର୍ଯ୍ୟ କରୁଥିଲେ । ତାଙ୍କର ଲୋକପ୍ରିୟତା ତଥା ସାଂଗଠନିକ ଶକ୍ତି ରହିଥିବାରୁ ସେ ଭଲ ଭୋଟ ପାଇବେ ବୋଲି ଦଳ ଆଶା ରଖିଛି ।
Powered by Froala Editor