ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ଦୁଇ ଗିରଫ

ଢେଙ୍କାନାଳ: କାମାକ୍ଷାନଗର ମହୁଲପାଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ । ବୋମାମାଡରେ ଗ୍ରାମର ବାଲୁଙ୍ଗେଶ୍ବରଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରର ମୁଖ୍ୟ ଫାଟକର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଛି । ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କଲା ପୋଲିସ ।
ସୂଚନା ଅନୁଯାୟୀ, ଗ୍ରାମର ବାଲୁଙ୍କେଶ୍ବର ଦେହୁରୀ ଓ ପଡୋଶି ରବି ପେଣ୍ଠେଇଙ୍କ ମଧ୍ୟରେ ଦୀର୍ଘଦିନ ହେବ ପୂର୍ବ ଶତ୍ରୁତା ଲାଗି ରହିଥିଲା । ଗତକାଲି ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ବାଲୁଙ୍କେଶ୍ବରଙ୍କ ଘର ଆଗରେ ବୋମାମାଡ ହୋଇଥିଲା । ଫଳରେ ରବି ପେଣ୍ଠେଇଙ୍କ ଦୁଇ ପୁଅ ସାନ୍ତନୁ ଓ ଲିକୁନ୍ ଡିନାମାଇଟ ଲଗାଇ ବିସ୍ଫୋରଣ କରିଥିବା ବାଲୁଙ୍କେଶ୍ବର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଏହାପରେ ରବି ପେଣ୍ଠେଇ ଓ ତାଙ୍କ ପୁଅ ସାନ୍ତୁନୁକୁ ଗିରଫ କରାଯାଇ ପଚରାଉଚୁରା ଚଳାଇଛି ପୋଲିସ । ଲିକୁନ ଘଟଣାସ୍ଥଳରୁ ଫେରାର ଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor