ଆର୍ଯ୍ୟନ୍ଙ୍କ ବିରୋଧରେ ଏଯାଏଁ କିଛି ପ୍ରମାଣ ମିଳିନି : ଏସ୍ଆଇଟି
ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ନୂଆ ମୋଡ ଆସିଛି । ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲାରେ ଇଣ୍ଟରନ୍ୟାସନାଲ୍ ଲିଙ୍କକୁ ନେଇ ହେଉଥିବା ତଦନ୍ତ ବାବଦରେ ବୟାନ ରଖିଛି ଏସ୍ଆଇଟି । ମାମଲାକୁ ନେଇ ଏସ୍ଆଇଟି ମୁଖ୍ୟ ସଞ୍ଜୟ ସିଂହ କହିଛନ୍ତି, ଆର୍ଯ୍ୟନ୍ ଖାନଙ୍କ ବିରୁଦ୍ଧରେ କିଛି ପ୍ରମାଣ ମିଳି ନାହିଁ । ଏବେ ଠାରୁ ତରବରିଆ ଭାବେ କିଛି କୁହାଯାଇନପାରେ। ତଦନ୍ତ ଜାରି ରହିଛି। ଏଯାଏଁ କୌଣସି ବୟାନ ରେକର୍ଡ ହୋଇନାହିଁ। ତେଣୁ ଚୁଡାନ୍ତ ନିଷ୍କର୍ସରେ ପହଞ୍ଚିବା ମୁର୍ଖାମୀ ହେବ।
ପୂର୍ବରୁ ଏହି ମାମଲାରେ ଏସ୍ଆଇଟିକୁ ଆର୍ଯ୍ୟନ ବିରୋଧରେ କୌଣସି ପ୍ରମାଣ ମିଳିନି। ଏସ୍ଆଇଟି କହିବା ମୁତାବକ, ଆର୍ଯ୍ୟନ୍ ଖାନଙ୍କ ଇଣ୍ଟରନ୍ୟାସନାଲ୍ ଡ୍ରଗ୍ସ ଲିଙ୍କ ଥିବା ନେଇ ସିଧାସଳଖ ଭାବେ କୌଣସି ପ୍ରମାଣ ମିଳିନାହିଁ । ତା ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ ଡ୍ରଗ୍ସ ସିଣ୍ଡିକେଟ୍ର ଅଂଶ କି ନୁହେଁ ତାହାର ସିଧାସଳଖ ପ୍ରମାଣ ବି ନାହିଁ । କେବଳ ସେତିକି ନୁହେଁ ଆର୍ଯ୍ୟନ ଖାନ ନିକଟରୁ ଡ୍ରଗ୍ସ ମିଳିଛି କି ନାହିଁ ସେ ନେଇ ମଧ୍ୟ କୌଣସି ପ୍ରମାଣ ନାହିଁ । ତେଣୁ କେବଳ ହ୍ବାଟ୍ସଆପ୍ ଚାଟରୁ ହିଁ କାହାକୁ ଦୋଷୀ କରାଯାଇପାରିବ ନାହିଁ ।
Powered by Froala Editor