ଖାରକିଭ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ନିର୍ଦ୍ଦେଶ
ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାରକିଭରେ ରହୁଥିବା ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି।
ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ ଏବଂ ବେଜଲିଉଡୋଭାରେ ପହଞ୍ଚିବାକୁ କୁହାଯାଇଛି। ଏହି ପରାମର୍ଶରେ କୁହାଯାଇଛି, ଖାରକିଭରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ପରାମର୍ଶ। ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ, ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଖାରକିଭ ଛାଡି ଚାଲିଯାଆନ୍ତୁ।
ସୂଚନା ଯେ, ଏବେ ଖାରକିଭରେ ରୁଷର ପାରାଟ୍ରୁପରମାନେ ଅବତରଣ କରିଛନ୍ତି। ସେମାନେ ଏଠାରେ ଓହ୍ଲାଇବା ପରେ ୟୁକ୍ରେନର ମିଲିଟାରୀ ବେସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନ ସେନା ପକ୍ଷରୁ ବି ଏହାର ଜବାବ ଦିଆଯାଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଛି।
Powered by Froala Editor