ଧମକ ଦେଲା ରୁଷ : ତୃତୀୟ ବିଶ୍ୱଯୁଦ୍ଧ ହେଲେ ବିନାଶକାରୀ ପରମାଣୁ ଅସ୍ତ୍ର ଛାଡିବୁ
ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲଭରୋଭ ପରମାଣୁ ଅସ୍ତ୍ର ଓ ତୃତୀୟ ବିଶ୍ବଯୁଦ୍ଧର ସମ୍ପର୍କରେ କହିଛନ୍ତି।
ଲାଭରୋଭ କହିଛନ୍ତି, ଯଦି ତୃତୀୟ ବିଶ୍ବଯୁଦ୍ଧ ହୁଏ ତେବେ ଏଥିରେ ପରମାଣୁ ଅସ୍ତ୍ରର ବ୍ୟବହାର ହୋଇପାରେ। ସେ କହିଛନ୍ତି, ଯଦି ଏଭଳି ହୁଏ ତେବେ ବିନାଶକାରୀ ପ୍ରମାଣିତ ହେବ। ଲାଭରୋଭ ନିଜର ବିବୃତିରେ କହିଛନ୍ତି, ଗତ ସପ୍ତାହରେ ରୁଷ ୟୁକ୍ରେନ୍ ବିରୋଧରେ ସ୍ପେଶାଲ ମିଲିଟାରୀ ଅପରେସନ୍ ଆରମ୍ଭ କରିଥିଲା। ଯଦି ୟୁକ୍ରେନ୍ ପରମାଣୁ ଅସ୍ତ୍ର ହାସଲ କରେ ତେବେ ରୁଷ ପାଇଁ ଏହା ବଡ ବିପଦ ହେବ।
ଅପରପକ୍ଷେ ରୁଷର ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତାର ବୋମା ଏବଂ ମିସାଇଲ୍ ମାଡ କରି ଚାଲିଛି। ଏହା ବ୍ୟତୀତ ଖେରସନ ସହରକୁ ରୁଷ ସେନା କବଜା କରିଛନ୍ତି। ଏପରିକି ଖାରକିଭ ପର୍ଯ୍ୟନ୍ତ ଏହାର ସେନା ପହଞ୍ଚି ଯାଇଛନ୍ତି।
Powered by Froala Editor