ଏହି ଦିନରେ ଏପରି କରିଲେ ହୁଏ ବଂଶ ନାଶ

ସବୁ ମାସରେ ଦୁଇଟି ଏକାଦଶୀ ପଡିଥାଏ ଏବଂ ଏସବୁକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। ତେବେ ଏଥିମଧ୍ୟରୁ କିଛି ଏକାଦଶୀ ବହୁତ ଖାସ୍ ହୋଇଥାଏ। ଏମିତି ଗୋଟିଏ ଏକାଦଶୀ ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ। ଚଳିତ ବର୍ଷ ଅର୍ଥାତ୍ ୨୭ ଫେବୃୟାରୀ ଦିନ ବିଜୟା ଏକାଦଶୀ ପଡୁଛି। ମାନ୍ୟତା ରହିଛି ଯେ ବିଜୟା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ସବୁ କାମରେ ସଫଳତା ମିଳିଥାଏ। ଏହାସହିତ ଶତୃଙ୍କ ପାଖରୁ ବିଜୟ ମିଳିଥାଏ। ଏହି ଦିନର ମହତ୍ତ୍ୱକୁ ଦେଖି କିଛି ନିୟମ କୁହାଯାଇଛି ଯାହାର ପାଳନ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଜଲଦି କୃପା କରନ୍ତି।
ଏହି ନିୟମର କରନ୍ତୁ ପାଳନ
- ଏକାଦଶୀକୁ ବହୁତ ପବିତ୍ର ଦିନ ବୋଲି କୁହାଯାଏ। ଏହି ଦିନରେ ଆମିଷ କିମ୍ବା ମଦ୍ୟପାନକୁ ଭୁଲରେ ବି ସେବନ କରନ୍ତୁନାହିଁ।
- ବିଜୟା ଏକାଦଶୀ ଦିନ ଚାଉଳର ସେବନ ମଧ୍ୟ କରନ୍ତୁନାହିଁ। କୌଣସି ବି ଏକାଦଶୀରେ ଚାଉଳ ଖାଇବା ବର୍ଜିତ କୁହାଯାଇଛି।
- ଏକାଦଶୀ ବ୍ରତ ଦିନ ଭୁଲରେ ବି ଜୁଆ ଖେଳନ୍ତୁନାହିଁ। ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ ବଂଶ ନାଶ ହୋଇଯାଇଥାଏ।
- ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତି ରାତିରେ ଶୁଅନ୍ତୁନାହିଁ। ବରଂ ପୂରା ରାତି ଉଜାଗର ରହି ଭଗବାନ ବିଷ୍ଣୁଙ୍କୁ ଭକ୍ତି କରନ୍ତୁ।
- ଏକାଦଶୀ ଦିନ ମିଛ କହିବା କିମ୍ବା ଚୋରି କରିବା ୭ ପିଢ଼ିକୁ ପାପ ଦେଇଥାଏ। ଏମିତି କରିବା ଠାରୁ ନିବୃତ୍ତ ରୁହନ୍ତୁ।
ଏହି କାମ କରିବା ଦ୍ୱାରା ପୂର୍ଣ୍ଣ ହୋଇଥାଏ ମନସ୍କାମନା
- ଏହି ଦିନ ଗଙ୍ଗା ସ୍ନାନ କରନ୍ତୁ ବା ଗଙ୍ଗାଜଳରେ ପାଣି ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ବହୁତ ପୁଣ୍ୟ ମିଳିଥାଏ।
- ଯଦି ସମ୍ଭବ ହେବ ତାହେଲେ ଏକାଦଶୀ ବ୍ରତ କରନ୍ତୁ। ଏମିତି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ହୋଇଥାଏ। ଏବଂ ଜୀବନ ସୁଖ-ସମୃଦ୍ଧିରେ ଭରିଯାଏ। ଏହି ବ୍ରତ ସମସ୍ତ ମନସ୍କାମନା ପୂରା କରିଥାଏ।
- ଜଲଦି ବିବାହ କରିବାକୁ ଚାହୁଁଛନ୍ତି ଯଦି ତାହେଲେ ଏକାଦଶୀ ଦିନ କେସର, କଦଳୀ କିମ୍ବା ହଳଦି ଦାନ କରନ୍ତୁ।
Powered by Froala Editor