ରାଜ୍ୟରେ ମହଜୁଦ ରହିଛି ରେମ୍ଡେସିଭିର
ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ରେମଡେସଭିର ରହିଛି । ରାଜ୍ୟରେ ଦିନକୁ ପ୍ରାୟ ୧୨୦୦ ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ୪୩ ହଜାର ରେମଡେସଭିର ଇଂଜେକ୍ସନ ମହଜୁଦ ରହିଛି । ଖୁବ ଶୀଘ୍ର ଆଉ ୨୧ ହଜାର ରେମଡେସଭିର ଇଂଜେକ୍ସନ ଆସିବ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି । ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ। ଏନେଇ ସୂଚନା ଦେଇଛନ୍ତି ସେ କହିଛନ୍ତି-“କୋଭିଡ୍ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଚାଲି ଆସନ୍ତୁନି। ହୋମ୍ ଆଇସୋଲେସନରେ ରହନ୍ତୁ। ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ। ଘରେ ରହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ। ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ।”
ଓଡ଼ିଶାରେ ଏବେ ଅକ୍ସିଜେନର କୌଣସି ଅଭାବ ନାହିଁ । ରାଜ୍ୟରେ ଏବେ ଦିନକୁ ୪୫ ମେଟ୍ରିକ ଟନ ଅକ୍ସିଜେନ ବ୍ୟବହାର ହେଉଥିବାବେଳେ ତାଠାରୁ ଅଧିକ ଉତ୍ପାଦନ ହେଉଛି । ଫଳରେ ଆମେ ବାହାର ରାଜ୍ୟର ଚାହିଦା ମେଣ୍ଟାଉଛୁ ବୋଲି ସେ କହିଛନ୍ତି ଯେ କୌଣସି ହସପିଟାଲରେ ଯେପରି ଅକ୍ସିଜେନ ସିଲିଣ୍ଡର ଖାଲି ରହିବ ନାହିଁ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor