ୟୁକ୍ରେନରେ ଫସିଥିବା ଓଡିଆଙ୍କ ଲାଗି ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍, ଜାଣନ୍ତୁ କେଉଁ ନମ୍ବରରେ କରିବେ ଯୋଗାଯୋଗ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି କରି ରହିଛନ୍ତି । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ୟୁକ୍ରେନରେ ଫସିଥିବା ଓଡିଆଙ୍କ ଲାଗି ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍ । ଦିଲ୍ଲୀ ସ୍ଥିତ ଓଡିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍ କରାଯାଇଛି । ଏହା ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବ । ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲର ନୋଡାଲ ଅଫିସର ଅଛନ୍ତି । ଯୋଗ ପାଇଁ ହ୍ୱାଟସ୍ଆପ, ଲ୍ୟାଣ୍ଡଲାଇନ ଓ ଇ-ମେଲ ଜାରି ହୋଇଛି । ମୋବାଇଲ / ହ୍ୱାଟସଆପ ନମ୍ବର ହେଉଛି-୮୫୨୭୫୮୦୨୪୫ ଓ ଲ୍ୟାଣ୍ଡଲାଇନ ନମ୍ବର ହେଉଛି-୦୧୧-୨୩୦୧୨୭୫୧ । ଇମେଲ- re.odisha@gmail.com/ resm-or@aic.in।
Powered by Froala Editor