ୟୁକ୍ରେନ୍ ସେନା ଆତ୍ମସମର୍ପଣ କଲେ ଆଲୋଚନା କରିବୁ : ଋଷିଆ
ୟୁକ୍ରେନ୍କୁ ଘେରାବନ୍ଦୀ କରି ରୁଷ ସେନା ଘନ ଘନ ବିସ୍ଫୋରଣ କରୁଛି। ତେବେ ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ସେନାକୁ ଆତ୍ମସମର୍ପଣ ପାଇଁ ଋଷିଆ ଚେତାବନୀ ଦେଇଛି । ଋଷିଆ ବୈଦେଶିକ ମନ୍ତ୍ରୀ ସେର୍ଜେଇ ଲାଭରୋ କହିଛନ୍ତି, ୟୁକ୍ରେନର ସେନା ଯୁଦ୍ଧ କରିବା ବନ୍ଦ କରିବା ସହିତ ଅସ୍ତ୍ରଶସ୍ତ୍ର ଛାଡ଼ିଦେଲେ ଋଷିଆ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ମସ୍କୋ ୟୁକ୍ରେନକୁ ଏଭଳି ସଙ୍କଟରୁ ମୁକ୍ତ କରିବାକୁ ଚାହିଁଛି। ସେ କହିଛନ୍ତି ଯେ, ମସ୍କୋ ନୂଆ ‘ନାଜି’ ହେବାକୁ ଲକ୍ଷ୍ୟରେ ନାହିଁ କିମ୍ବା ୟୁକ୍ରେନ୍ ଉପରେ ଶାସନ କରିବାର ଉଦ୍ଦେଶ୍ୟ ନାହିଁ।
ସେପଟେ ଲଢ଼େଇରୁ ଓହରିବ ନାହିଁ ବୋଲି ୟୁକ୍ରେନ୍ ସେନା ଦମ ଦେଖାଇଛି। ୟୁକ୍ରେନ୍ ରାଜଧାନୀ କିଭ୍ ନିକଟରେ ପହଞ୍ଚି ଥିବା ରୁଷ ସେନା ବିପକ୍ଷରେ ଦ୍ୱିତୀୟ ଦିନ ପାଇଁ ମୁହାଁମୁହିଁ ଯୁଦ୍ଧ ଜାରି ରହିଛି। ଏନେଇ କିଭ୍ ସେନା ପକ୍ଷରୁ ତାଙ୍କ ଅଫିସିଆଲ ଫେସ୍ବୁକ୍ ଅକାଉଣ୍ଟରେ ପୋଷ୍ଟ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ୧୧ ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି ବୋଲି ଦାବି କରୁଛି। ଏଥିସହିତ ୟୁକ୍ରେନର ୧୩୭ଜଣ ଲୋକଙ୍କ ଋଷୀୟ ସେନା ଆକ୍ରମଣ କରି ନିହତ କରିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଗୁରୁତର କରିଛି ବୋଲି କୁହାଯାଉଛି।
Powered by Froala Editor