ୟୁକ୍ରେନ୍ରେ ଛାତିଥରା ଦୃଶ୍ୟ : ସାଇକେଲ ଆରୋହୀଙ୍କ ଉପରେ ପଡିଲା ବୋମା
ବର୍ତ୍ତମାନ ରୁଷ୍-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ରୁଷର ବୋମାମାଡ଼ର ଶିକାର ହୋଇଛନ୍ତି ଜଣେ ସାଧାରଣ ନିରୀହ ସାଇକେଲ ଆରୋହୀ । ଉକ୍ତ ସାଇକେଲ ଆରୋହୀ ଜଣକ ରାସ୍ତାରେ ଯାଉଥିବା ବେଳେ ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଉକ୍ତ ସ୍ଥାନଟି ନିଆଁ ପିଣ୍ଡୁଳାରେ ବଦଳି ଯାଇଥିଲା। ନିଆଁ ଲିଭିବା ପରେ ଉକ୍ତ ସାଇକେଲ ଅରୋହୀ ଜଣକଙ୍କୁ ରାସ୍ତାରେ ପଡ଼ି ହଲଚଲ ହେଉଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ସେ ରାସ୍ତାରେ ଟଳି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରୁ ସେଠାକାର ସାଧାରଣ ଲୋକମାନେ କେତେ ଭୟଙ୍କର ସ୍ଥିତିରେ ଗତି କରୁଥିଲେ ତାହା ସହଜରେ ଅନୁମେୟ ।
ୟୁକ୍ରେନର ୧୩୭ଜଣ ଲୋକଙ୍କୁ ରୁଷ ସେନା ଆକ୍ରମଣ କରି ନିହତ କରିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଗୁରୁତର କରିଛି ବୋଲି କୁହାଯାଉଛି। ରୁଷ୍ ପୂର୍ବାପେକ୍ଷା ନିଜର ଆକ୍ରମଣ ବୃଦ୍ଧି କରିଥିବାରୁ ଏଭଳି ସମ୍ଭାବ୍ୟ ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେସ୍କି ସେନାଙ୍କୁ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଆଦେଶ ଦେଇଛନ୍ତି ।
Powered by Froala Editor