୧୮୦ କେ.ଜିର ଭାର ଉଠାଉଥିଲେ ମହିଳା, ଚାଲିଗଲା ଜୀବନ

ଫିଟ୍ ରହିବାକୁ ସମସ୍ତଙ୍କ ଇଚ୍ଛା । ସୁନ୍ଦର ଚେହେରା ସହ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସମସ୍ତେ ପ୍ରତ୍ୟେକ ଦିନ ବ୍ୟାୟାମ କରିଥାନ୍ତି । ଘଣ୍ଟା ଘଣ୍ଟା କସରତ କରିଥାନ୍ତି । କିନ୍ତୁ ଘଣ୍ଟା ଘଣ୍ଟା କସରତ ଯେ ଜୀବନ ନେଇଯିବ ତାହା କାହାକୁ ଜଣାଥିଲା । ଏପରି ଅଘଟଣ ଘଟିଛି ମେକ୍ସିକୋରେ ।
ଏଠାରେ ଜଣେ ମହିଳା ଜିମରେ ବ୍ୟାୟାମ କରୁଥିବା ସମୟରେ ୧୮୦କିଲୋଗ୍ରାମ ଭାର ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ଭାର ଉଠାଇବା ସମୟରେ ତାଙ୍କ ହାତରୁ ତାହା ଖସି ପଡ଼ିଥିଲା। ଫଳରେ ସେଥିରେ ଲାଗିଥିବା ରଡ ତାଙ୍କ ବେକରେ ଚାପି ହୋଇଯାଇଥିଲା। ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳାଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଗତ ଫେବ୍ରୁଆରି ୨୧ରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହାପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ସ୍ଲିମ୍ ହେବା ଉଦ୍ଦେଶ୍ୟରେ ମହିଳା ଜଣକ ଏପରି କରୁଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଜିମ୍ ସେଣ୍ଟର କିଛି ଦିନ ପାଇଁ ବନ୍ଦ ରହିଥିବା ଜଣାପଡିଛି ।
Powered by Froala Editor