ହିଜାବ ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଅଭିନେତା ଗିରଫ
ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା । ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ। ଚେତନଙ୍କ ଗିରଫଦାରୀ ନେଇ ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ ସୂଚନା ଦେଇଛନ୍ତି ।
ଚେତନ କୁମାର ୧୬ ଫେବୃଆରୀରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ବିଷୟରେ ଏକ ପୁରୁଣା ଟ୍ୱିଟକୁ ରିଟ୍ୱିଟ କରିଥିଲେ। ସେହି ପୁରୁଣା ଟ୍ୱିଟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କୁ ଗିରଫ ପୂର୍ବରୁ ଜଣେ ବଳାତ୍କାର ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା। ଏହାକୁ ରିଟ୍ୱିଟ କରି ଚେତନ କୁମାର ହିଜାବ ବିବାଦକୁ ନେଇ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ଉପରେ ଆପତ୍ତିଜନକ ଟ୍ବିଟ୍ ଦେଇଥିଲେ। ଏହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ସେପଟେ ବଜରଙ୍ଗୀ କର୍ମୀ ହର୍ଷ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୬ ଜଣ ଗିରଫ ହୋଇସାରିଛନ୍ତି ।
Powered by Froala Editor