ବଡ଼ଖବର: ନକଲି ଡାକ୍ତରଙ୍କ ଭଉଣୀ ଗିରଫ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ,ମୋଟ ୧୮ଟି ବିବାହ କରିଥିବା ମାଟ୍ରିକ ଫେଲ ତଥା ଠକ ରସିକିଆ ଡାକ୍ତର ରମେଶଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଜେ ଗିରଫ ହୋଇଥିବାବେଳେ ଏବେ ପାଳି ତାଙ୍କ ଭଉଣୀଙ୍କର ପଡ଼ିଛି । ତାଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି ।
ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କର ଗିରଫଦାରୀ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଡିସିପି କହିଛନ୍ତି ଯେ, ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ତାଙ୍କ ଭଉଣୀଙ୍କ ସମ୍ପୃକ୍ତି ଅଛି । ଅଭିଯୁକ୍ତଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ପ୍ରମାଣ ମିଳିଛି । ରମେଶଙ୍କ ଏକାଧିକ ଠକେଇରେ ତାଙ୍କ ଭଉଣୀଙ୍କ ଭୂମିକା ରହିଛି । ରମେଶଙ୍କ ଭଉଣୀଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବୁ । ରମେଶଙ୍କ ରିମାଣ୍ଡ ଆଜି ସରୁଥିବାରୁ ଆଉ ୭ ଦିନ ପାଇଁ ଆବେଦନ ହେବ ବୋଲି ଡିସିପି କହିଛନ୍ତି ।
ପ୍ରକାଶ ଯେ ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୁଂଟୁଣୀ ସ୍ଥିତ ଫାର୍ମ ହାଉସ୍ରେ ପୋଲିସର ରେଡ୍ । ଖମାର ନୂଆଗାଁରେ ଥିବା ଫାର୍ମ ହାଉସରେ ରେଡ୍ କରାଯାଉଛି । ମହିଳା ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ରମେଶଙ୍କ ଫାର୍ମ ହାଉସରେ ଚଢାଉ କରୁଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଇଥିଲେ ।
ଖୁଂଟୁଣୀରେ ଥିବା ଏହି ଫାର୍ମ ହାଉସକୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି । ରମେଶଙ୍କ ଏହି ଫାର୍ମ ହାଉସକୁ ପୋଲିସ ସିଲ୍ କରିବ ବୋଲି ଜଣାପଡ଼ିଛି । ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ରମେଶ ସ୍ୱାଇଁଙ୍କର ଏକ ଘର ରହିଛି । ଏହି ଘର ଭିତରେ ରହିଛି ଏକ ଅନ୍ଧାରୀ ଗୁପ୍ତ ଭୂତଳ ଘର । ମାଟ୍ରିକ୍ ଫେଲ୍ ଡାକ୍ତର ରମେଶ ସ୍ୱାଇଁ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର ଥିଲେ । ଏହି ଗୁପ୍ତ କୋଠୀରରେ ସେ ନିଜର କ୍ଲିନିକ୍ ଖୋଲିଥିଲେ । ଆଉ ଏହି କ୍ଲିନିକର ନାଁ ରଖିଥିଲେ ସାଇଶ୍ରୀ ଏକ୍ସ-ରେ ।
Powered by Froala Editor