ଶରୀର ପାଇଁ ଅମୃତ ଜିରା ପାଣି
ଭୁବନେଶ୍ୱର: ଆମ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ସମୟରେ ବିଭିନ୍ନ ପ୍ରକାରର ମସଲା ଚେରମୂଳି ବ୍ୟବହାର କରିଥାଉ ଯାହା ଆମ ଖାଦ୍ୟ ପଦାର୍ଥକୁ ସ୍ୱାଦିଷ୍ଟ କରିବା ସହିତ ଏହି ରୋଷେଇ ପ୍ରସ୍ତତ ମସଲା ଶରୀରରେ ଦେଖାଯାଉଥିବା ଅଗଣୀତ ସ୍ୱାସ୍ଥ୍ୟ ସମସ୍ୟାର ଉପକାରୀତା ମଧ୍ୟ ରହିଛି । ଓଜନ ହ୍ରାସ ଠାରୁ ଆରମ୍ଭ କରି ହଜମ ପ୍ରକି୍ରୟାକୁ ସକି୍ରୟ କରିବାରେ ଏହି ମସଲା ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ମସଲା ମାନଙ୍କ ମଧ୍ୟରୁ ଜିରା ହେଉଛି ଏପରି ଏକ ମସଲା ଯାହାର ବହୁବିଧ ସ୍ୱାସ୍ଥ୍ୟକାରକ ଗୁଣ ରହିଥିବା ବିଶେଷଜ୍ଞ ମାନେ ଜାଣି ପାରିଛନ୍ତି ।
ସୁତରାଂ ଜଣେ ପ୍ରତ୍ୟହ ସକାଳେ ନିୟମିତ ଜିରା ପାଣି ପିଇଲେ କ’ଣ ସବୁ ସ୍ୱାସ୍ଥ୍ୟପ୍ରଦ ଗୁଣ ଆହରଣ କରିପାରିବା, ସେ ସମ୍ପର୍କରେ ଆଲୋଚନା କରିବା । ଜିରା ପାଣି ସାଧାରଣତଃ କମ୍ କ୍ୟାଲୋରିଯୁକ୍ତ ହୋଇଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକର । ସେହିପରି ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡ଼ିକର ନିଷ୍କାସନ କରାଇବାରେ ସହାୟକ ହେବା ସହ ଶରୀର ଗଠନରେ ମଧ୍ୟ ସାହାର୍ଯ୍ୟ କରିଥାଏ । ସେହିପରି ଏହାର ଆଣ୍ଟିଇନଫ୍ଲାମାଟୋରି(ପ୍ରଦାହ ବିରୋଧୀ)ଗୁଣ ଆମର ଜୀର୍ଣ୍ଣକ୍ରିୟାକୁ ସୁଗମ କରିବା ସହ ପେଟକୁ ହାଲକା ଅନୁଭବ କରାଏ । ସେହିପରି ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକତା ବଢ଼ାଇବା ସହ ଓଜନ ହ୍ରାସରେ ସହାୟକ ହୋଇଥାଏ । ତେବେ ଏତେ ଗୁଣର ଅଧିକାରୀ ଏହି ଜିରା ପାଣିର ପ୍ରସ୍ତୁତି ମଧ୍ୟ ଅତି ସହଜ ।
ପ୍ରଥମେ ଗୋଟେ କପରେ ଏକ ଚାମଚ ଜିରା ନେଇ ସେଥିରେ ପାଣି ପକାଇ ତାକୁ ଭିଜାଇଦେବେ । ଦୁଇ ମିନିଟ୍ ପରେ ସେଥିରୁ ପାଣି କାଢ଼ି ସେଥିରେ ଗରମ ପାଣି ମିଶାଇବେ । ଦଶ ମିନିଟ ପରେ ଜିରା ମଞ୍ଜିଗୁଡ଼ିକ ଧୀରେଧୀରେ ଫୁଲିବା ଆରମ୍ଭ କରିବ ଏବଂ ସେଥିରୁ ବାହାରୁଥିବା ଜୈବସକ୍ରିୟ ଯୌଗିକଗୁଡ଼ିକ ଉକ୍ତ ପାଣିରେ ମିଶିଯିବେ । ଏବେ ସେହି ପାଣିକୁ ଖାଲି ପେଟରେ ପିଇବା ଦ୍ୱାରା ଏହି ଫଳ ମିଳିପାରିବ ।
Powered by Froala Editor