ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ମତଦାନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ଭୋଟ। ରାଜ୍ୟର ୬୪ଟି ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧିନରେ ଥିବା ୧୨୫୪ଟି ପଞ୍ଚାୟତରେ କାଲି ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ୧୭ ହଜାର ୮୯ଟି ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିଲାଗି ଗତକାଲିଠାରୁ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି ଯାତ୍ରା କରିଛନ୍ତି। କେତେକ ବୁଥରେ ଆଜି ପୋଲିଂ ପାର୍ଟି ପହଞ୍ଚିବେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ।
ଗତ ତିନୋଟି ପର୍ୟ୍ୟାୟ ମତଦାନ ବେଳେ ସାରା ରାଜ୍ୟରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ରିଗିଂ ଭଳି ଘଟଣା ଘଟିଥିବାରୁ ଚତୁର୍ଥ ପର୍ୟ୍ୟାୟ ମତଦାନ ପାଇଁ ଅଧିକରୁ ଅଧିକ ସୁରକ୍ଷା ବଳ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଥ୍ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଇବା ଲାଗି ଆବଶ୍ୟକ ପଦେକ୍ଷେପ ନିଆଯାଇଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
Powered by Froala Editor