ସୂଚନା ପ୍ରଯୁକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ପରଲୋକ

ଅମରାବତୀ: ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତି ଓ ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ । ଆଜି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କ ୪୯ ବର୍ଷ ବୟସ ହୋଇଥିଲା।
ମେକାପତି ରେଡ୍ଡୀଙ୍କୁ ହାର୍ଟ ଆଟାର୍କ ଆସିବା ପରେ ହଠାତ ସେ ଘରେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଡାକ୍ତରଙ୍କ ପ୍ରୟାସ ସତ୍ତ୍ବେ ଆଜି ସକାଳ ୯.୧୬ ମିନିଟରେ ତାଙ୍କର ମୃତ୍ୟୁ ଘଟିଛି।ଗୌତମ ରେଡ୍ଡୀ ନେଲୋର ଜିଲ୍ଲାର ଅଟମାକୁରୁ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ। ସେ ୨୦୧୪ମସିହାରେ ନିଜର ରାଜନୈତିରେ ପାଦ ଦେଇଥିଲେ ଏବଂ ସେହି ବର୍ଷ YSR କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ । ଏହାପରେ ୨୦୧୯ ବିଧାନସଭା ନିର୍ବାଚନ ଜିତି ମନ୍ତ୍ରୀ ପଦ ହାସଲ କରିଥିଲେ।
Powered by Froala Editor