ଉପର ମଣିନାଗ ମନ୍ଦିରରୁ ଫେରୁଥିବାବେଳେ ୨୦୦ ଫୁଟ ତଳକୁ ଖସିଲା କାର୍
ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ଉପର ମା’ମଣିନାଗ ପୀଠ ରାସ୍ତାରେ ଏକ ଯାତ୍ରୀବାହୀ କାର ୨୦୦ ଫୁଟ ତଳକୁ ଖସି ପଡିଛି । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇପଡିଥିବା ଜଣାପଡିଛି। ତେବେ ସମସ୍ତ ଆହତ ଓ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ରଣପୁର ଓ ପରେ ଗୁରୁତର ଡ୍ରାଇଭରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ତଥା ରତନପୁର ପାଟଣା ସାହିର ବୁଲୁ ରଣା, ତାଙ୍କର ପତ୍ନୀ ଓ ପୁଅ, ତାଙ୍କର ଭଉଣୀ ଓ ଭାଣିଜି ଏକ କାରରେ ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ନିଜ ମାମୁଁ ଝିଅର ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ରଣପୁରର ତଳ-ମଣିନାଗ ମନ୍ଦିରକୁ ଯାଇଥିଲେ । ସେଠାରୁ ଉପର ମଣିନାଗ ମନ୍ଦିର ମା’ ମଣିନାଗଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଗାଡ଼ି ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ୩୦ ଫୁଟ୍ ଉପରୁ ତଳକୁ ଗାଡି ପଲଟି ଆସି ତଳ ରାସ୍ତାରେ ପଡ଼ିଥିଲା । ଏଥିରେ ସମସ୍ତେ ଆହତ ହୋଇଥିବା ବେଳେ ୨ ଜଣଙ୍କ ( ବୁଲୁ ରଣା ଏବଂ କାର୍ ଗାଡିର ଡ୍ରାଇଭର ) ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତମାନଙ୍କୁ ରଣପୁର ମେଡିକାଲରେ ଚିକିତ୍ସା କରାଯାଉଛି । ରଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି । କାରଟି ଏଭଳି ଭାବେ ଦୁର୍ଘଟଣାଗ୍ରସ୍ଥ ହୋଇଛି ଯେ ସେଥିରୁ ବର୍ତ୍ତିବା ନିହାତି ସୌଭାଗ୍ୟର କଥା ବୋଲି ପ୍ରତକ୍ଷଦର୍ଶୀ ମାନେ ଚର୍ଚ୍ଚା କରଛନ୍ତି।
Powered by Froala Editor