ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, କେଜ୍ରିୱାଲଙ୍କ ନାମରେ ଏତଲା

ଚଣ୍ଡିଗଡ: ଆଜି ପଞ୍ଜାବରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ । ଏହାରି ଭିତରେ ଅଡୁଆରେ ପଡିଛନ୍ତି ଆମ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଏବଂ ଅନ୍ୟ ଦଳ ବିରୋଧରେ ମିଥ୍ୟା ମନ ଗଢାଣିଆ ଅଭିଯୋଗ କରୁଥିବା ନେଇ ତାଙ୍କ ବିରୋଧରେ ଏତଲା ରୁଜ୍ଜୁ କରିବାକୁ ପଞ୍ଜାବ ନିର୍ବାଚନ କମିଶନ ମୋହାଲି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶିରୋମଣି ଅକାଳୀ ଦଳର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଏହି ଏତଲା ରୁଜ୍ଜୁ କରାଯିବ । ପଞ୍ଜାବ ବିଧାନସଭା ନିର୍ବାଚନର ପୂର୍ବ ଦିନ କେଜ୍ରିୱାଲଙ୍କୁ ବିରୋଧରେ ଏତଲା ଆପ ପାଇଁ ଏକ ଝଟକା ବୋଲି କୁହାଯାଉଛି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ କଂଗ୍ରେସ ପ୍ରାର୍ଥୀ ସୁଭଦୀପ ସିଂ ଓ କେ ସିଦ୍ଧୁ ମୋସେୱାଲାଙ୍କ ନାମରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ଯାହା ଚନ୍ନିଙ୍କ ପାଇଁ ଅଡୁଆ ବଢାଇଛି ।
ପ୍ରକାଶ ଥାଉ କି, ଆଜି ପଞ୍ଜାବରେ ୧୧୭ ବିଧାନସଭା ଆସନ ପାଇଁ ମୋଟ ୧୩୦୪ ପ୍ରାର୍ଥୀ ୨ କୋଟି ୧୪ ଲକ୍ଷ ଭୋଟର ବାଛୁଛନ୍ତି ପ୍ରତିନିଧି । ରାଜ୍ୟରେ ୨୪ ହଜାର ୬୮୯ ଭୋଟ ଗ୍ରହଣ କେନ୍ଦ୍ର ହୋଇଛି । ମୋଟ ୧୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୯୩ ମହିଳା ଓ ୧୨୦୯ ଜଣ ପୁରୁଷ ଅଛନ୍ତି ।
Powered by Froala Editor