ଗୌଡୀୟ ମଠରେ ରାଷ୍ଟ୍ରପତି
ପୁରୀ: ପୁରୀ ଗୌଡୀୟ ମଠରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗୌଡୀୟ ମିଶନ ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଛି । ରାଷ୍ଟ୍ରପତି ଚୈତନ୍ୟ ଗୋଡୀୟ ମଠ ପରିଦର୍ଶନ କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି । ଏହାପରେ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏଥିପାଇଁ ଗୌଡୀୟ ମଠ, ସମୁଦ୍ରକୂଳ, ଶରଧା ବାଲିରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜିଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏହାପରେ ରାଷ୍ଟ୍ରପତି ଶରଧାବାଲିରୁ ପୁରୀ ହେଲିପ୍ୟାଡ୍ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ବତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ । ଗସ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ ଶହ ଅଧିକାରୀ ମୁତୟନ ହୋଇଛନ୍ତି। ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସିଛନ୍ତି ।
Powered by Froala Editor