ଭୋଟ ବାକ୍ସ ଉଠାଇନେଇ ପୋଖରୀରେ ଫିଙ୍ଗିଦେଲେ

ଯାଜପୁର: ରାଜ୍ୟରେ ନର୍ବାଚନୀ ମାହୋଲ । ୨ଟି ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ଦୁଇଟି ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାବେଳେ ଅନେକ ସ୍ଥାନରେ ଲୋକେ ଭୋଟ କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଜି ବି ଭୋଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛଳ ପଂଚାୟତ ୪ ଓ ୬ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ୪ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଥିବାବେଳେ ୬ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତମାନେ ପୋଖରୀରେ ପିଙ୍ଗି ଦେଇଛନ୍ତି । ଏହାପେରେ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତେଜନ ଯୋଗୁଁ ବୁଥରେ ମତଦାନ ବନ୍ଦ ରହିଛି ।
ସକାଳ ୯ଟା ସୁଦ୍ଧା ୧୫% ଭୋଟ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ୨୯ ଜିଲ୍ଲାର ୬୩ ବ୍ଲକରେ ମତଦାନ ଚାଲିଥିବାବେଳେ ୧୭୧ ଜିଲ୍ଲା ପରିଷଦ ଆସନ ନିମନ୍ତେ ୬୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ୧୩୮୨ ପଂଚାୟତର ସରଂପଚ ଓ ସମିତି ସଭ୍ୟ ପଦ ନିମନ୍ତେ ୫୬ ଲକ୍ଷ ୫୩ ହଜାର ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ।
Powered by Froala Editor