ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ କଲେ
ଭୁବନେଶ୍ୱର: ରାଜ୍ୟରେ ନର୍ବାଚନୀ ମାହୋଲ । ୨ଟି ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ଦୁଇଟି ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାବେଳେ ଅନେକ ସ୍ଥାନରେ ଲୋକେ ଭୋଟ କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି । ମୌଳିକ ସୁବିଧାରୁ ବଂଚିତ ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ କରାଯାଇଥିବା ସୂଚନା ମିଳିଛି ।
ଝୁମ୍ପୁରା ବ୍ଲକ ନାରଦପୁର ପଂଚାୟତ ବଳଭଦ୍ରପୁରବାସୀ ଭୋଟ ବର୍ଜନ କରିଛନ୍ତି । କୋରାପୁଟ ନନ୍ଦପୁର ବ୍ଲକ ଯୋଗୀପୁର ଓ ବୈରାଗୀପୁଟ ଗ୍ରାମବାସୀ ମଧ୍ୟ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି । ମୌଳିକ ସୁବିଧାରୁ ବଂଚିତ ଅଭିଯୋଗରେ ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି ।ଯାଜପୁର ବିଞ୍ଝାରପୁର ବ୍ଲକ କାଉଁରୀ ପଂଚାୟତ ୧୦ନମ୍ବର ବୁଥରେ ମଧ୍ୟ ଭୋଟ ବର୍ଜନ କରିଛନ୍ତି ଲୋକେ । ବୁଥ୍ ୩କିମି ଦୂରକୁ ସ୍ଥାନାନ୍ତର କରାଯାଇଥିବାରୁ ଏଠାକାର ଲୋକେ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି ।
Powered by Froala Editor