ମେୟରଙ୍କ ଭିଡିଓ ଭାଇରାଲ, ମାମଲା ରୁଜୁ

କାନପୁର : ଉତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ମତଦାନ ହେବ । ତେବେ କାନପୁର ମେୟରଙ୍କ ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଜୋରଧରିଛି ।
କାନପୁର ମେୟର ପ୍ରମିଳା ପାଣ୍ଡେ ନିର୍ବାଚନ କମିଶନଙ୍କ ଆଚରଣବିଧିଙ୍କୁ ଉଲ୍ଲଂଘନ କରିଛନ୍ତି । ମତଦାନ ବେଳେ ଇଭିଏମର ଫଟୋ ଉଠାଇବା ବେଆଇନ କାର୍ଯ୍ୟ ହୋଇଥିବାବେଳେ ଏନେଇ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଥାଏ ।
କାନପୁର ମେୟର ପ୍ରମିଳା ପାଣ୍ଡେ କାନପୁର ସହରର ହଡ଼ସନ ପୋଲିଂ ବୁଥରେ ମତଦାନ କରିଛନ୍ତି । ମତଦାନ ବେଳେ ସେ ଇଭିଏମରେ ଭୋଟ ଦେବାର ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପ୍ରସାରିତ କରିଛନ୍ତି । ଯାହାଏବେ ଭାଇରାଲ ହୋଇଥିବାବେଳେ ତାଙ୍କ ବିରୋଧରେ ମାମଲା ରୁଜୁ ହେବବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Powered by Froala Editor