ଭୁବନେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ପହଁଚି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ପୁରୀରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୌଡ଼ୀୟ ମଠ ପରିଦର୍ଶନ କରିବା ପରେ ପୁରୀର ଶରଧାବାଲିଠାରେ ଆୟୋଜିତ ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରପକ୍ଷରେ ପୂର୍ବାହ୍ଣ ୧୦ଟା ୩୫ରେ ରାଷ୍ଟ୍ରପତି ଗୌଡ଼ୀୟ ମଠରେ ପହଁଚି ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚେତନ୍ୟଙ୍କୁ ଦର୍ଶନ କରିବେ । ମଠ ଓ ମନ୍ଦିର ପରିସରରେ ମହାମହିମଙ୍କୁ ସ୍ୱାଗତ ଲାଗି ସୁନ୍ଦର ସାଜସଜା କରାଯାଇଛି । ଫୁଲ ସହ ବିଭିନ୍ନ ସନ୍ଥଙ୍କ ଫଟୋ ଚିତ୍ର ସଜାଇ ରଖାଯାଇଛି ।
Powered by Froala Editor