ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ନୂଆପଡା: ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ଖଡିଆଳ ସୁନାରିଶିକୁଆର ସରପଞ୍ଚ ପ୍ରାର୍ଥୀ ଚୁଳମଣୀ ବଇଠାରୁ ଉଦ୍ଧାର ହୋଇଛନ୍ତ । ଘର ଠାରୁ ପ୍ରାୟ ୧କିମି ଦୂର ରାସ୍ତା କଡରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଗତକାଲି ରାତିରୁ ଚୁଳମଣୀ ଘରକୁ ଫେରିନଥିଲେ । ଚୁଳମଣୀଙ୍କୁ କିଏ ଓ କାହିଁକି ହାତ ଗୋଡ ବାନ୍ଧି ପକାଇଥିଲେ, ବର୍ତ୍ତମାନ ତା’ର କାରଣ ଅସ୍ପଷ୍ଟ ରହିଛି । କାଲି ତୃତୀୟ ପର୍ଯ୍ୟାୟରେ ତୃତୀୟ ପର୍ଯ୍ୟାୟରେ ଚୁଳମଣୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାର ଅଛି ।
Powered by Froala Editor