ଭାଈକୁ ହାଣିଲା ଭାଈ
ନୀଳଗିରି: ଦିନକୁ ଦିନ ବଢିଚାଲିଛି ଅପରାଧ । ମରିଯାଉଛି ମାନବିକତା । ରାଗର ବଶବର୍ତ୍ତୀ ହୋଇ ଅଜଣାତରେ ମଣିଷ ଘଟାଉଛି ଅଭାବନୀୟ କାଣ୍ଡ । ରାଗର ମାତ୍ରା ଏତେ ବଢିଯାଉଛି ଯେ, ମଣିଷ ଭୁଲି ଯାଉଛି ସମ୍ପର୍କ, ମାନସିକ ଭାରସାମ୍ୟ ହରାଇ ଘଟାଉଛି ନାରକୀୟ କାଣ୍ଡ ।
ତେବେ ଆଜି ଭାଈ କୁ ଗୋଡାଇ ଗୋଡାଈ ହାଣିଛି ଭାଈ । ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଗ୍ରାମରେ । ରାସ୍ତାରେ ସମ୍ପର୍କୀୟ ଭାଇକୁ ଗୋଡାଇ ଗୋଡାଇ ହାଣିଛି ଭାଈ । ଘରୋଇ କଳିରୁ ବରହମପୁର ଥାନା ବାଉଁଶପାଳ ଗାଁରେ ସମ୍ପର୍କୀୟ ଭାଈକୁ ଭୂଜାଲୀରେ ଆକ୍ରମଣ କରିଛି ଭାଈ । ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ଯୁବକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Powered by Froala Editor