ହଟିଲା ନାଇଟ କର୍ଫୁ୍ୟ

ଭୁବନେଶ୍ୱର: କୋହଳ ହେଲା କଟକଣା । ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫୁ୍ୟକୁ ହଟାଯାଇଛି ।ରାଜ୍ୟରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଏହି କଟକଣା କୋହଳ କରାଯାଇଛି ।
ପ୍ରକାଶଯେ, କିଛି ମାସ ପୂର୍ବରୁ ଓମିକ୍ରନ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଲଗାଇଥିଲେ । ପ୍ରଥମେ ରାତି ୯ଟା ପରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଲଗାଯାଇଥିଲା । ପରେ କୋହଳ କରାଯାଇ ରାତି ୧୦ଟା ପରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଲାଗୁ କରାଯାଇଥିଲା । ହେଲେ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନାଇଟ କର୍ଫ୍ୟୁ କଟକଣାକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର।
Powered by Froala Editor