ଭୋଟ ପାଇଁ ଖଟିଆରେ ବୁହା ହୋଇ ଆସିଲେ ବୃଦ୍ଧ

ଭୁବନେଶ୍ୱର: ଆଜି ଭୋଟ ଦେଉଛି ଓଡିଶା । ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଭୋଟ ଦେବାକୁ କିଏ ସହରରୁ ଗାଁକୁ ଫେରିଛି, ତ ଆଉ କିଏ କାମ ଛାଡି ଭୋଟ କେନ୍ଦ୍ରରେ ପହଞ୍ଚିଛି । ଗୋଟିଏ ଲକ୍ଷ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବୁ, ଠିକ୍ ପ୍ରାର୍ଥୀଙ୍କୁ ବାଛିବୁ । ଯିଏ ସୁଖରେ ଦୁଃଖରେ ପାଖରେ ଛିଡା ହେଉଥିବ । ଆଉ ସେହିଭଳି ଜଣେ ପ୍ରାର୍ଥୀଙ୍କୁ ବାଛିବା ପାଇଁ ଖଟିଆରେ ଆସିଛନ୍ତି ବୃଦ୍ଧ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ବାଧା ଦେଇପାରିନି ବାର୍ଦ୍ଧକ୍ୟ ।
ସୁନ୍ଦରଗଡ କୁତ୍ରା ବ୍ଲକ ଡାହିଜୀରା ଗାଁରେ ଜଣେ ବୃଦ୍ଧ ଭୋଟର ଖଟରେ ବୁହା ହୋଇ ମତଦାନ କେନ୍ଦ୍ରକୁ ଆସିଥିବାର ଚିତ୍ର ଦେଖିବାକୁ ମିଳିଛି । ଭୋଟ୍ ଦେବା ପାଇଁ ଖଟରେ ଆସିଥିବା ଭୋଟରଙ୍କ ବୟସ ୮୫ ବର୍ଷ । ବାର୍ଦ୍ଧକ୍ୟ ଯୋଗୁଁ ସେ ବିଛଣାରେ ପଡି ରହିଥିଲେ । ତେବେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଇଛା କରିବାରୁ ପରିବାର ଲୋକ ତାଙ୍କୁ ଭୋଟ ଦେବା ପାଇଁ ଆଣିଥିଲେ । ଏହି ବୃଦ୍ଧ ଜଣକ ଭୋଟ କେନ୍ଦ୍ରକୁ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
Powered by Froala Editor