୩୮ଜଣଙ୍କୁ ଫାଶି ଦଣ୍ଡାଦେଶ,କେଉଁ ମାମଲା ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଦୋଷୀ ୩୮ ଜଣଙ୍କୁ କୋର୍ଟ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ଏହି ମାମଲାରେ ଜଡ଼ିତ ମୋଟ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ସ୍ପେଶାଲ କୋର୍ଟ ଫାଶି ଦଣ୍ଡାଦେଶ ଦେଇଛନ୍ତି । ବାକି ୧୧ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଇ ଦେଇଛନ୍ତି ।
ପ୍ରକାଶ ଯେ, ୨୦୦୮ ଜୁଲାଇ ୨୬ରେ ସିରିଏଲ ବିସ୍ଫୋରଣ ଘଟିଥିଲା । ୭୦ ମିନିଟ ଭିତରେ ବିଭିନ୍ନ ସ୍ଥାନରେ ୨୧ଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ମୋଟ ୫୬ ଜଣଙ୍କ ମୃତୁ୍ୟ ହୋଇଥିଲାବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।
Powered by Froala Editor