ନିର୍ବାଚନୀ ଚିହ୍ନ ଓଲଟପାଲଟ,ଭୋଟ ବନ୍ଦ

ଯାଜପୁର: ରାଜ୍ୟରେ ପଡ଼ୁଛି ପଞ୍ଚୟତ ଭୋଟ । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଯାଜପୁର ଜିଲ୍ଲା ବଡ଼ବାଲିକୁଦା ପଞ୍ଚାୟତର ୫ ନମ୍ବର ବୁଥରେ ମତଦାନ ସ୍ଥଗିତ ରହିଥିବା ଜଣାଯାଇଛି । ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନଟ ଓଲଟପାଲଟ ଯୋଗୁଁ ମତଦାନ ସ୍ଥଗିତ ରହିଛି ।
ଅନ୍ୟପକ୍ଷରେ ପ୍ରଥମ ନିର୍ବାଚନ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ଭୋଟ ବାକ୍ସ ଲୁଟ ହେବାରେ ଲାଗିଛି । ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ଜଗତସିଂହପୁର ଜିଲ୍ଲଶ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରେ ହିଂସାକାଣ୍ଡ ଘଟିଛି । ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ । ଆଉ ଗୋଟିଏ ବୁଥ ଭିତରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଭାଙ୍ଗିଦେଇଥିବା ଜଣାଯାଇଛି । ପଟସରା କେନ୍ଦ୍ରରେ ବି ଉତ୍ତେଜନା ଯୋଗୁଁ ମତଦାନ ବନ୍ଦ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିବା ଜଣାଯାଇଛି । ୨୦ ପ୍ରତିଶତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor