ଭୋଟ ଦେଉଛି ଓଡିଶା
ଭୁବନେଶ୍ୱର: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଭୋଟିଂ ହେଉଛି । ୧୮୬ ଜିଲ୍ଲା ପରିଷଦ ସିଟ୍ ପାଇିଁ ଲଢେଇ ହେଉଛ । ୧୫୧୪ଟି ପଞ୍ଚାୟତର ୨୦ହଜାର ୪୩୬ଟି ବୁଥରେ ଭୋଟ ଗ୍ରହଣ ହେଉଛି ।
ଭୋଟରମାନେ ଯେପରି ଶାନ୍ତିପୂର୍ଣ୍ଣ ଭୋଟ ଦେଇପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି । ଏକାଥରେ ୪ଟି ପଦବୀ ପାଇଁ ଭୋଟିଂ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି । ପ୍ରଥମେ ସରପଞ୍ଚ, ତା’ପରେ ୱାର୍ଡମେମ୍ବର, ଏହା ପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଧିଷ୍ଟ ବାଲାଟ୍ ପେପର୍ରେ ଭୋଟ୍ ଦେଉଛନ୍ତି ଲୋକେ । ସରପଞ୍ଚ ପଦବୀ ପାଇଁ ଗୋଲାପୀ, ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲଟ ପେପର୍ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ମତଦାନରେ ୬୨ଲକ୍ଷ ୧୦ହଜାର ୯୩୮ ଜଣ ଭୋଟର ସାମିଲ ହୋଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବାଛିବାକୁ ଭୋଟ ଦେଉଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର । ତେବେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସା ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣକୁ ଅବାଧ ଓ ମୁକ୍ତ କରିବା ପାଇଁ ଯଥେଷ୍ଟ ପରିମାଣର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ୧୭୫୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ସମଗ୍ର ରାଜ୍ୟରେ ମୁତୟନ ହୋଇଛନ୍ତି ।
Powered by Froala Editor