ଦେଲେନି ଦାଦାବଟି, ଖାଇଲେ ଛେଚା

ଭୁବନେଶ୍ୱର: ଦାଦାବଟି ନ ଦେବାରୁ ଜଣେ ଟ୍ରକ୍ ଚାଳକଙ୍କୁ ୪ଜଣ ଦୁର୍ବୃତ୍ତନିସ୍ତୁକ ମାଡ ମାରିଛନ୍ତି । ଏନେଇ ଇନ୍ଫୋଭ୍ୟାଲି ଥାନରେ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରି ମେଣ୍ଢାଶାଳ ହରପୁର ଗାଁ’ର ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୋହନ ମୋହନ ଦାସ ଓ ଶ୍ରବଣ କୁମାର ସିଂହ । ଅନ୍ୟ ଦୁଇ ଫେରାର୍ ହୋଇଯାଇଛନ୍ତି ।
ବିଳମ୍ବିତ ରାତିରେ ବାବୁଲି ଜେନାଙ୍କ ଡ୍ରାଇଭର ବାଲି ବୋଝେଇ ଟ୍ରକ୍ ନେଇ ଯାଉଥିବାବେଳେ ମେଣ୍ଢାଶାଳ ନିକଟରେ ତାଙ୍କୁ ୪ଜଣ ଅଟକାଇଥିଲେ । ପ୍ରତିମାସରେ ୫୦ହଜାର ଟଙ୍କା ବଟି ଦେବାକୁ ଦାବି କରିଥିଲେ । ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ । ଏନେଇ ଇନଫୋଭ୍ୟାଲି ଥାନରେ ଅଭିଯୋଗ ହୋଇଛି ।
Powered by Froala Editor