ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ବାରିପଦା: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ମତଦାନ । ଏହି ମହାପର୍ବରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ନିଜ ଗାଁ ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗ୍ରାମପଞ୍ଚାୟତରେ ଭୋଟ ଦେଇଛନ୍ତି । ଧର୍ମପତ୍ନୀ ଓ ପରିବାର ଲୋକଙ୍କ ସହ ଖୁଣ୍ଟାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ୮ ନମ୍ବର ବୁଥରେ ସେ ମତ ସାବ୍ୟସ୍ତ କରିଛନ୍ତି ।
ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ମତଦାନ ଦିନ ୧ଟା ଯାଏଁ ଜାରି ରହିବ ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor