ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ଭାବରେ କାର୍ୟ୍ୟରତ ଅଛନ୍ତି ତ୍ରିନାଥ ମିଶ୍ର । ତାଙ୍କ ଘର ଓ ଅଫିସ୍ ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ଚାଲିଛି । ନାଥଙ୍କ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ରେଡ୍ ଚାଲିଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ । ଏହି କ୍ରମରେ ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପର୍କୀୟଙ୍କ ଘର ଓ ଚଣ୍ଡିଖୋଲରେ ଥିବା ବିଭିନ୍ନ ସଂସ୍ଥା ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଟିମ । ଚଣ୍ଡିଖୋଲ ଛକରେ ଥିବା ଶାନ୍ତିଲତା କେୟାର, ଶାନ୍ତିଲତା ନାମରେ ୨ଟି ଟ୍ରାନ୍ସପୋର୍ଟ, ଖଇରାସ୍ଥିତ ଶ୍ବଶୁର ଘର, ତେଲିଗଡ ସଂଜୟ ନଗରରେ ଥିବା ଫାର୍ମହାଉସରେ ଭିଜିଲାନ୍ସ ଟିମ ରେଡ୍ ଜାରି ରହିଛି । ଏହି ଚଢାଉରେ ଅତିରିକ୍ତ ଏସପି ସରୋଜ କୁମାର ସାମଲ, ଡିଏସପି ରବିକାନ୍ତ ସୁନା, ଇନସପେକ୍ଟର ଅନସୂୟା ସେନାପତି ପ୍ରମୁଖ ସାମିଲ ହୋଇଛନ୍ତି ।
Powered by Froala Editor