ଆଜି ଶପଥ ନେବେ ୩ ନୂଆ ବିଚାରପତି

କଟକ: ଆଜି ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତି ଭାବେ ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍.ଏସ୍. ରମଣ ଶପଥ ନେବେ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ପୁରୁଣା ବିଲ୍ଡିଂର ନୂଆ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥପାଠ କରାଇବେ । ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୧କୁ ବୃଦ୍ଧି ପାଇବ ।
ଗତ ମାସ ୨୯ ତାରିଖରେ ଅନୁଷ୍ଠିତ ସୁପ୍ରିମ୍କୋର୍ଟ କଲେଜିଏମ୍ ବୈଠକରେ ୪ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରାଯାଇଥିଲା । କିନ୍ତୁ ଏଥିରୁ ଜଣଙ୍କ ନାମକୁ ବାଦ୍ ଦିଆଯାଇ ଅନ୍ୟ ୩ ଜଣଙ୍କ ନିଯୁକ୍ତି ଉପରେ ରାଷ୍ଟ୍ରପତିଙ୍କ ସମ୍ମତି ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Powered by Froala Editor