ଏପ୍ରିଲରେ କରୋନାରେ ଗଲା ୧୨୨ ଜୀବନ
ଭୁବନେଶ୍ଵର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତୁ୍ୟ ସଂଖ୍ୟ ବଢିଚାଲିଛି । ତେବେ କରୋନା ଆଜି ରାଜ୍ୟରେ ୧୪ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩ କୁ ବୃଦ୍ଧି ପାଇଛି ।ଏପ୍ରିଲ ମାସରେ ବର୍ତ୍ତମାନ ସୁଦ୍ଧା ୧୨୨ ଜୀବନ ଯାଇଛି । ଏପ୍ରିଲ୍ରେ ସଂଖ୍ୟା ଏତେ ହୋଇଥିବା ବେଳେ ମେ’ ସ୍ଥିତି ଅତି ଭୟଙ୍କର ଥିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଆଜି ପଜିଟିଭ୍ ସଂଖ୍ୟା ପୁଣି ୮ ହଜାର ୬୮୧କୁ ବୃଦ୍ଧି ହୋଇଛି। ଅନ୍ୟ ପଟେ ସଂକ୍ରମଣ କେବେ ବଢୁଛି ତ ଆଉ କେବେ କମୁଛି । ସଂକ୍ରମଣ ସମାନ ସ୍ଥିତିରେ ରହୁନାହିଁ। ଆଗକୁ ସଂଖ୍ୟା ଆଉ ବଢିବନି ବୋଲି କହିହେବନି ।
ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି,ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁ ଘଟିଛି।
Powered by Froala Editor