ଜାଗୃତିଙ୍କ ଟୁଇଟକୁ ନେଇ ଏତଲା ଦେଲେ ବର୍ଷା

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାନ୍ଧବୀ ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ଟୁଇଟ ନେଇ ପ୍ରତିକି୍ରୟାଶୀଳ ହୋଇଛନ୍ତି ଅନୁଭବଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପି୍ରୟଦର୍ଶିନୀ । ତାଙ୍କ ସ୍ୱାମୀ ଅନୁଭବଙ୍କୁ ଆଳ କରି ଜାଗୃତି ଟୁଇଟ ଯୋଗେ ମୋର ସମ୍ମାନହାନୀ କରିଥିବା ବର୍ଷା ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ପୁରୀଘାଟ ଥାନାରେ ଏତଲା ଦାୟର କରିଛନ୍ତି । ପୁଲିସ ଷ୍ଟେସନ ଡାଏରୀ କରି ତଦନ୍ତ ଆରମ୍ଭ କରିଛି ।
ଦୁଇ ଦିନ ତଳେ ଜାଗୃତି ଟୁଇଟର ଓ ଫେସବୁକରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ କାହାର ନାଁ ନ ଦେଇ ବର୍ଷାଙ୍କୁ ଇଙ୍ଗିତ କରି ଲେଖିଥିଲେ। ଜଣେ ସାଂସଦଙ୍କ ପତ୍ନୀ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ନାଁ ଓ ପରିଚୟ ପ୍ରଦାନ କରିବା ଏକ ପ୍ରକାର ଠକାମି ବୋଲି ଜାଗୃତି ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ନାନାଦି ଆଲୋଚନା ହୋଇଥିଲା । ଏଭଳି ସ୍ଥିତିରେ ଅନୁଭବଙ୍କ ପତ୍ନି ବର୍ଷା ପ୍ରତିକ୍ରି୍ରୟା ପ୍ରକାଶ କରି ସିଧାସଳଖ ପୁରୀଘାଟ ଥାନାରେ ଏତଲା ଦାୟର କରିଛନ୍ତି । ସେ ତାଙ୍କ ସ୍ୱାମୀ ଅନୁଭବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପାର୍ଲାମେଣ୍ଟରେ ପ୍ରବେଶ ପାଇଁ ବର୍ଷାଙ୍କୁ ଏକ ସ୍ପାଉସ କାର୍ଡ ମିଳିଛି।
ଏହାକୁ ରଦ୍ଧ ପାଇଁ ଅନୁଭବ ପାର୍ଲାମେଣ୍ଟକୁ ଜଣାଇଥିଲେ । ଏହି ବିଷୟ ଜାଣିବା ପରେ ବର୍ଷା ହାଇକୋର୍ଟ ଯାଇ କାର୍ଡର ମାନ୍ୟତା ବଜାୟ ରଖିବା ପାଇଁ ଆବେଦନ କରିଥିଲେ ।
Powered by Froala Editor