ନାବାଳିକା ଦୁଷ୍କର୍ମ ମାମଲା, ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ
କଟକ: ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଗୁରୁବାର ତଦନ୍ତ ସଂକ୍ରାନ୍ତ ଆଉ ଏକ ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ରିପୋର୍ଟ ଦାଖଲ ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ଏପ୍ରିଲ ୭କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ସେହିଦିନ ପୁନର୍ବାର କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ଆଉ ଏକ ରିପୋର୍ଟ ଦାଖଲ କରିବେ।
ଭୁବନେଶ୍ୱରରେ ଜଣେ ନାବାଳିକା ବଳାକ୍ରାରର ଶିକାର ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରି ଆଇନଜୀବୀ ଗୌତମ ସିଦ୍ଧିକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏଥିରେ ପୁଲିସ୍ ଏବଂ ଏକ ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧି ସାମିଲ ଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ହାଇକୋର୍ଟ ଘଟଣାର ତଦନ୍ତ ଜଣେ ଡିସିପି କିମ୍ବା ଏହାଠାରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା କରିବାକୁ ନିଦେ୍ର୍ଧଶ ଦେଇଥିଲେ। ଘଟଣାର ତଦନ୍ତ ଏବେ ବି ଚାଲିଛି।
Powered by Froala Editor